Add parallel Print Page Options

ପ୍ରଥମ ନାରୀ

18 ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।”

19 ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ’ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା। 20 ମନୁଷ୍ୟ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶରେ ଉଡ଼ୁଥିବା ପକ୍ଷୀ ଏବଂ ପ୍ରତ୍ୟେକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା’ ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନ ଥିଲା। 21 ତା’ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଘୋର ନିଦ୍ରାରେ ଶୁଆଇ ଦେଲେ। ସେ ତା’ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସେହି କ୍ଷତ ବନ୍ଦ କରିଦେଲେ। 22 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ। 23 ସେହି ମନୁଷ୍ୟ କହିଲା,

“ସେ ମୋ’ ପରି, ତା’ର ହାଡ଼ ମୋର ହାଡ଼ରୁ ଆସିଛି।
    ତା’ର ଶରୀର ମୋର ଶରୀରରୁ ଆସିଛି।
ଯେହେତୁ ସେ ନରଠାରୁ ଆସିଛି,
    ତାହାର ନାମ ‘ନାରୀ।’”

24 ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।

Read full chapter