Add parallel Print Page Options

ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା। ତେଣୁ ସଦାପ୍ରଭୁ କହିଲେ, “ମୁଁ ସମସ୍ତ ମନୁଷ୍ୟକୁ ଧ୍ୱଂସ କରି ଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ୟ, ପଶୁ ଏବଂ ପ୍ରତ୍ୟେକ ଖେଚର ପ୍ରାଣୀମାନଙ୍କୁ ଧ୍ୱଂସ କରି ଦେବି। ଏବଂ ଆକାଶର ସମସ୍ତ ପକ୍ଷୀକୂଳକୁ ମଧ୍ୟ ଧ୍ୱଂସ କରି ଦେବି। କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।”

କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପାତ୍ର ଥିଲେ।

ନୋହ ଏବଂ ପ୍ରଳୟଙ୍କାରି ବନ୍ୟା

ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। 10 ନୋହଙ୍କର ତିନୋଟି ପୁତ୍ର ଥିଲେ। ସେମାନେ ହେଲେ ଶେମ, ହାମ ଓ ଯେଫତ୍।

11-12 ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ, ପୃଥିବୀ ଭ୍ରଷ୍ଟାଗ୍ଭରିତା ହୋଇଅଛି। ସମସ୍ତ ସ୍ଥାନରେ ଅତ୍ୟାଗ୍ଭର ଥିଲା, ସବୁ ଲୋକମାନେ ମନ୍ଦ ଓ ନିଷ୍ଠୁର ହୋଇଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଛି।

13 ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। 14 ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା’ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।

15 “ସେହି ଜାହାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଏବଂ ତାହାର ଉଚ୍ଚତା ତିରିଶ୍ ହାତ ହେବ। 16 ଉପରୁ ଏକ ହାତ ଛାଡ଼ି ଝରକା କରିବ। ସେହି ଜାହାଜର ପାର୍ଶ୍ୱରେ ଗୋଟିଏ ଦ୍ୱାର ରହିବ। ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚଟାଣ ବନାଇବ।

17 “ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ। 18 ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି। ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। 19 ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଙ୍ଗରେ ଧରି ଜାହାଜରେ ପ୍ରବେଶ କରିବ। 20 ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ। 21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।”

22 ତହିଁରେ ନୋହ ସେହିପରି କଲେ। ନୋହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ।

ବନ୍ୟାର ଆରମ୍ଭ

ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର। ତୁମ୍ଭେ ତୁମ୍ଭ ସହିତ ସାତ ଯୋଡ଼ି ଶୁଚି ପଶୁ ଓ ଏକ ଯୋଡ଼ି ଅଶୁଚି ପଶୁ ନେଇ ଆସିବ। ପ୍ରତ୍ୟେକ ଯୋଡ଼ିରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚୟ ରହିବ। ପ୍ରତ୍ୟେକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ଯୋଡ଼ି ସଙ୍ଗରେ ନିଅ, ବଂଶ ରକ୍ଷା କରିବା ପାଇଁ। ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।”

ନୋହ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସମସ୍ତ କାର୍ଯ୍ୟ କଲେ।

ବନ୍ୟା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ। ସମସ୍ତ ପଶୁଗୁଡ଼ିକ ଶୁଚି ଓ ଅଶୁଚି ଓ ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ଯାଇ ଭିତରକୁ ଗଲେ। ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 10 ସାତ ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା।

11-13 ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। 14 ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ, ସେହି ଜାହଜକୁ ପ୍ରବେଶ କଲେ। ସବୁ ପ୍ରକାରର ଗୃହପାଳିତ ପଶୁ, ସବୁପ୍ରକାର ଉରୋଗାମୀ ସବୁଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ। 15 ନୋହଙ୍କ ସହିତ ଏହି ସମସ୍ତ ଜୀବ ଜାହାଜ ମଧ୍ୟରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ଯୋଡ଼ା ଯୋଡ଼ା ହୋଇ ଆସିଲେ। 16 ପରମେଶ୍ୱରଙ୍କର ଆଜ୍ଞାନୁସାରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରତ୍ୟେକ ପ୍ରକାରର ଜାହାଜ ମଧ୍ୟକୁ ପ୍ରବେଶ କଲେ, ଏହା ପରେ ସଦାପ୍ରଭୁ ଜାହାଜର ଦ୍ୱାର ବନ୍ଦ କରିଦେଲେ।

17 ଗ୍ଭଳିଶ୍ ଦିନ ପୃଥିବୀରେ ଜଳପ୍ଳାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା। 18 ପୃଥିବୀରେ କ୍ରମାନ୍ୱୟରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥିରେ ଜାହାଜ ଭାସିବାକୁ ଆରମ୍ଭ କଲା। 19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା। 20 ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚଢ଼ି ରହିଲା।

21-22 ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ। 23 ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିହ୍ନ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ ପ୍ରାଣୀ, ଖେଚର ପକ୍ଷୀ, ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନୋହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ। 24 ଏହିପରି ଭାବରେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ମଗ୍ନ ହୋଇ ରହିଲା।

ବନ୍ୟା ଶେଷରେ

ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା।

ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା। 3-4 ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଗ୍ଭଲିଗଲା। ଏବଂ 150 ଦିନ ପରେ ଜଳପତ୍ତନ ଧୀରେ ଧୀରେ କମିଗଲା। ଏହା ପରେ ସପ୍ତଦଶ ମାସର ସପ୍ତଦଶ ଦିନରେ ଆରାରଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।

ଏହା ପରେ ଆହୁରି ଗ୍ଭଳିଶ୍ ଦିନ ଯିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ। ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସେହି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ଯ୍ୟନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା। ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।

ସେହି କପୋତଟି କୌଣସିଠାରେ ବିଶ୍ରାମ ନେବାକୁ ସ୍ଥାନ ନ ପାଇ ଫେରି ଆସିଲା। କାରଣ ସେ ପର୍ଯ୍ୟନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ୟକୁ ନେଲେ।

10 ସାତ ଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। 11 ସେହି ଦିନ ସନ୍ଧ୍ୟା ସମୟରେ ସେହି କପୋତଟି ତା'ର ଥଣ୍ଟରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ଯାଇଅଛି। 12 ସାତ ଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫେରିଲା ନାହିଁ।

13 ଏହା ପରେ, ନୋହ ଜାହାଜର ଦ୍ୱାର ଖୋଲିଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ଯାଇଛି। ଏହା ଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହଙ୍କୁ ସେତେବେଳେ 601 ବର୍ଷ ହୋଇଥିଲା। 14 ଦ୍ୱିତୀୟ ମାସର ଶତାଇଶ ଦିନ ବେଳକୁ ଭୂମି ପୁରା ଶୁଖି ଯାଇଥିଲା।

15 ଏହା ପରେ ପରମେଶ୍ୱର ନୋହଙ୍କୁ କହିଲେ, 16 “ଜାହାଜକୁ ପରିତ୍ୟାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ 17 ତୁମ୍ଭ ସହିତ ସମସ୍ତ ପଶୁଗୁଡ଼ିକୁ ବାହାର କରିଆଣ। ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।”

18 ତେଣୁ ନୋହ ତାଙ୍କର ସ୍ତ୍ରୀ, ତାଙ୍କର ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ବାହାରକୁ ପଳାଇ ଆସିଲେ। 19 ସମସ୍ତ ପଶୁ ଏବଂ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।

20 ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।

21 ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।

22 ଯେପର୍ଯ୍ୟନ୍ତ ପୃଥିବୀ ରହିଛି,
    ସେପର୍ଯ୍ୟନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ,
    ଥଣ୍ଡା ଓ ଗରମ,
ପୁଣି ଗ୍ରୀଷ୍ମ ଓ ଶୀତକାଳ,
    ଦିବସ ଓ ରାତ୍ରି ଏସବୁ ପୃଥିବୀରେ ଗ୍ଭଲିଥିବ।”

ନୂତନର ଆରମ୍ଭ

ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର। ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ। ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର। କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି। ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।

“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି।
    ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।

“ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।”

ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି। 10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା। 11 ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”

12 ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ। 13 ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ। 14 ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ। 15 ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ। 16 ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”

17 ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।”

ହାନ୍ନା ଯୀଶୁଙ୍କୁ ଦେଖାକଲେ

36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା'ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।

38 ସେ ସେହି ସମୟରେ ଶିଶୁ ଓ ତା'ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।

Read full chapter