Add parallel Print Page Options

ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ

(ମାଥିଉ 26:31-35; ମାର୍କ 14:27-31; ଲୂକ 22:31-34)

36 ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?”

ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।”

37 ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।”

38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ'ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।”

Read full chapter