ଯୋହନ ଲିଖିତ ସୁସମାଗ୍ଭର 18:3-12
Odia Holy Bible: Easy-to-Read Version
3 ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଗ୍ଭକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ।
4 ତାହାଙ୍କ ପ୍ରତି କ'ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
5 ସେହି ଲୋକମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।”
ଯୀଶୁ କହିଲେ, “ମୁଁ ନିଜେ ସେହି ଯୀଶୁ।” ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୂଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। 6 ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ।
7 ଯୀଶୁ ସେମାନଙ୍କୁ ପୁଣି ଥରେ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।”
8 ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।” 9 ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।”
10 ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସେହି ଦାସର ନାମ ମାଲ୍ଖ ଥିଲା। 11 ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍।”
ଯୀଶୁ ହାନାନଙ୍କ ଆଗକୁ ଅଣାଗଲେ
(ମାଥିଉ 26:57-58; ମାର୍କ 14:53-54; ଲୂକ 22:54)
12 ତା'ପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।
Read full chapter2010 by Bible League International