Add parallel Print Page Options

51 ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି। 52 ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘରେ ପାଞ୍ଚ ଜଣ ଲୋକ ଥିଲେ ସେମାନେ ପରସ୍ପରର ବିରୋଧୀ ହୋଇଯିବେ। ତିନି ଜଣ ଦୁଇଜଣଙ୍କ ବିରୁଦ୍ଧରେ ଠିଆ ହେବେ କିମ୍ବା ଦୁଇଜଣ ତିନି ଜଣଙ୍କ ବିରୁଦ୍ଧରେ ଠିଆ ହେବେ।

53 ବାପ ପୁଅର ବିରୋଧୀ,
    ପୁଅ ବାପର ବିରୋଧୀ,
ମା ଝିଅର ବିରୋଧୀ,
    ଝିଅ ମାର ବିରୋଧୀ,
ଶାଶୁ ବୋହୂର ବିରୋଧୀ
    ଓ ବୋହୂ ଶାଶୁର ବିରୋଧୀ ହୋଇଯିବ।”

Read full chapter