ଲୂକ ଲିଖିତ ସୁସମାଗ୍ଭର 21:12-17
Odia Holy Bible: Easy-to-Read Version
12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। 13 କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ। 14 ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ। 15 ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା'ର ଉତ୍ତର ଦେଇ ପାରିବ ନାହିଁ। 16 ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ। 17 ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ।
Read full chapter2010 by Bible League International