Add parallel Print Page Options

କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ?

21 ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା'ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି। 22 ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।”

23 ତା'ପରେ ପ୍ରେରିତମାନେ ପରସ୍ପର ପଚରା ଉଚରା ହେଲେ, “ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?”

Read full chapter