ଲୂକ ଲିଖିତ ସୁସମାଗ୍ଭର 22:47-53
Odia Holy Bible: Easy-to-Read Version
ଯୀଶୁ ବନ୍ଦୀ ହେଲେ
(ମାଥିଉ 26:47-56; ମାର୍କ 14:43-50; ଯୋହନ 18:3-11)
47 ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସେଠାକୁ ଆସିଲେ। ବାରଜଣ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ସେହି ଲୋକମାନଙ୍କ ଦଳର ନେତୃତ୍ୱ ନେଇଥିଲା। ସେ ଥିଲା ଯିହୂଦା। ଯୀଶୁଙ୍କୁ ଚୁମ୍ବନ ଦେବା ପାଇଁ ଯିହୂଦା ଯୀଶୁଙ୍କ ପାଖକୁ ଆସିଲା।
48 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯିହୂଦା, ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦେବା ପାଇଁ ବନ୍ଧୁତାର ଚୁମ୍ବନକୁ ବ୍ୟବହାର କରୁଛ?” 49 ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ। ଯାହା ଘଟୁଥିଲା, ସେମାନେ ସେ ସବୁ ଦେଖୁଥିଲେ, ସେମାନେ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭେ କ’ଣ ଆମ୍ଭର ଖଣ୍ଡାର ପ୍ରୟୋଗ କରିବୁ?” 50 ଏବଂ ଜଣେ ଶିଷ୍ୟ ଖଣ୍ଡା ବ୍ୟବହାର କଲା। ମହାଯାଜକଙ୍କର ଗ୍ଭକରର ଡାହାଣ କାନଟି ସେ କାଟି ପକାଇଲା।
51 ଯୀଶୁ କହିଲେ, “ବନ୍ଦ କର!” ତା'ପରେ ଯୀଶୁ ସେହି ଗ୍ଭକରଟିର କାନ ଛୁଇଁ ସୁସ୍ଥ କରିଦେଲେ।
52 ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥିରେ ପ୍ରଧାନଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ୟମାନେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ? 53 ମନ୍ଦିରରେ ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭେମାନେ ମୋତେ ସେଠାରେ ବନ୍ଦୀ କରିନେବାକୁ କାହିଁକି ଚେଷ୍ଟା କଲ ନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତେବେଳେ ଅନ୍ଧକାର ରାଜତ୍ୱ କରିଥାଏ।”
Read full chapter2010 by Bible League International