ଲୂକ ଲିଖିତ ସୁସମାଗ୍ଭର 22:56-62
Odia Holy Bible: Easy-to-Read Version
56 ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା'ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”
57 କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।” 58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।”
କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”
59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।
60 କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।
ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। 61 ତା'ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” 62 ତା'ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।
Read full chapter2010 by Bible League International