Add parallel Print Page Options

ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ

(ମାଥିଉ 11:2-19)

18 ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। 19 ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?”

20 ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’”

21 ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। 22 ତା'ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। 23 ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”

24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? 25 ତା'ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। 26 ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। 27 ଯୋହନଙ୍କ ବିଷୟରେ ଏହା ଲେଖାଅଛି:

‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି।
    ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’(A)

28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”

29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, 30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ।

31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:

‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
    କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”

Read full chapter