Font Size
ମାର୍କ ଲିଖିତ ସୁସମାଗ୍ଭର 14:17-21
Odia Holy Bible: Easy-to-Read Version
ମାର୍କ ଲିଖିତ ସୁସମାଗ୍ଭର 14:17-21
Odia Holy Bible: Easy-to-Read Version
17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”
19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”
20 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”
Read full chapter
Odia Holy Bible: Easy-to-Read Version (ERV-OR)
2010 by Bible League International