ମାର୍କ ଲିଖିତ ସୁସମାଗ୍ଭର 14:55-64
Odia Holy Bible: Easy-to-Read Version
55 ପ୍ରଧାନଯାଜକ ଓ ସମଗ୍ର ଯିହୂଦୀ ସହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତାହାଙ୍କ ବିରୁଦ୍ଧରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ମୃତ୍ୟୁଦଣ୍ଡ ଦେବା ଭଳି କୌଣସି ପ୍ରମାଣ ପାଇଲେ ନାହିଁ। 56 ଅନେକ ଲୋକ ଆସି ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଲେ। କିନ୍ତୁ ସେମାନେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନ ଥିଲା।
57 ତା'ପରେ କେତେକ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଇ କହିଲେ, 58 “ଆମ୍ଭେମାନେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, ‘ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦେବି ଓ ପୁଣି ତିନି ଦିନ ଭିତରେ ଆଉ ଗୋଟିଏ ମନ୍ଦିର ତିଆରି କରିଦେବି, ଯାହାକି ମଣିଷ ହାତରେ ତିଆରି ହୋଇ ନ ଥିବ।” 59 ତଥାପି ଏ ଲୋକମାନେ ଯାହାସବୁ କହିଲେ, ତା’ ମଧ୍ୟରେ କାହାରି କଥା କାହାରି ସାଙ୍ଗରେ ମେଳ ଖାଉ ନ ଥିଲା।
60 ତା'ପରେ ସମସ୍ତଙ୍କ ଆଗରେ ମହାଯାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅନେକ କଥା କହିଲେ। ତୁମ୍ଭ ବିରୁଦ୍ଧରେ ଯେତେ ଗୁଡ଼ିଏ ଅଭିଯୋଗ ଅଣାଗଲା, ସେ ବିଷୟରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ’ଣ ସତ୍ୟ କଥା କହୁଛନ୍ତି?” 61 କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲେ ନାହିଁ।
ମହାଯାଜକ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଗ୍ଭରିଲେ: “ତୁମ୍ଭେ କ’ଣ ମହାନ୍ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?”
62 ଯୀଶୁ ଉତ୍ତର ଦେଲେ, “ହଁ ମୁଁ ପରମେଶ୍ୱରଙ୍କ ପୁତ୍ର ଏବଂ ଭବିଷ୍ୟତରେ ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ୱର୍ଗର ମେଘମାଳା ମଧ୍ୟରେ ଆସୁଥିବାର ଦେଖିବ।”
63 ମହାଯାଜକ ଏ କଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, “ଆମ୍ଭର ଆଉ ସାକ୍ଷୀର କ’ଣ ଦରକାର? 64 ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହାସବୁ କହିଗଲେ, ତୁମ୍ଭେମାନେ ସମସ୍ତେ ଶୁଣିଲ। ଏବେ ତୁମ୍ଭେମାନେ କ’ଣ ଭାବୁଛ?”
ସମସ୍ତେ ଯୀଶୁଙ୍କୁ ଅପରାଧୀ ସାବ୍ୟସ୍ତ କଲେ ଓ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବା ଉଚିତ୍ ବୋଲି କହିଲେ।
Read full chapter2010 by Bible League International