Add parallel Print Page Options

ମାଥିଉ ଯୀଶୁଙ୍କୁ ଅନୁସରଣ କଲେ

(ମାଥିଉ 9:9-13; ଲୂକ 5:27-32)

13 ପୁଣି ଥରେ ଯୀଶୁ ହ୍ରଦ ପାଖଦେଇ ଗଲେ। ଅନେକ ଲୋକ ତା'ଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ। 14 ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା'ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।

15 ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲେବିଙ୍କ ଘରେ ଖାଉଥିବା ସମୟରେ, ସେମାନଙ୍କ ସହିତ ଅନେକ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ୟ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନେକ ଲୋକ ମଧ୍ୟ ସେଠାରେ ଥିଲେ। 16 ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”

17 ଯୀଶୁ ଏହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କେବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସି ନାହିଁ। ମୁଁ କେବଳ ପାପୀମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଛି।”

Read full chapter