Add parallel Print Page Options

ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। 10 ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍।

11 “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। 12 କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। 13 ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। 14 ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। 15 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା[a] ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 10:15 ସଦୋମ ଓ ହମୋରା ଦୁଇଟି ନଗରର ନାମ। ଏଠାକାର ବାସିନ୍ଦାଙ୍କ ପାପର ଦଣ୍ତ ଦେବା ପାଇଁ ପରମେଶ୍ୱର ଏ ନଗର ଦୁଇଟିକୁ ନଷ୍ଟ କରିଦେଇଥିଲେ।