Add parallel Print Page Options

ଯିହୂଦୀ ନେତାମାନଙ୍କର ଯୀଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର

(ମାର୍କ 14:1-2; ଲୂକ 22:1-2; ଯୋହନ 11:45-53)

26 ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, “ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।”

ତା'ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ କପଟରେ ବନ୍ଦୀ କରି ତାହାଙ୍କୁ ମାରିଦେବା ପାଇଁ ଯୋଜନା କଲେ। କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ[a] ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହଙ୍ଗାମା କରି ପାରନ୍ତି।”

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 26:5 ନିସ୍ତାରପର୍ବ ଯିହୂଦୀମାନଙ୍କର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପବିତ୍ର ଦିବସ ମୋଶାଙ୍କ ସମୟରେ ସେହି ଦିନ ମିଶରରେ ପରମେଶ୍ୱର ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଥିଲେ। ସେହି କଥା ମନେ ରଖିବା ପାଇଁ ସେମାନେ ପ୍ରତିବର୍ଷ ଏହି ଦିନ ଗୋଟିଏ ସ୍ୱତନ୍ତ୍ର ଭୋଜନ କରିଥା’ନ୍ତି।