Add parallel Print Page Options

ନିସ୍ତାରପର୍ବର ଖାଦ୍ୟ ତିଆରି

(ମାଥିଉ 26:17-25; ମାର୍କ 14:12-21; ଯୋହନ 13:21-30)

ଖମୀରହୀନ ରୋଟୀ ପର୍ବର[a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”

ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର[b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”

13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

ଯୀଶୁଙ୍କ ରାତ୍ର ଭୋଜନ

(ମାଥିଉ 26:26-30; ମାର୍କ 14:22-26; 1 କରିନ୍ଥୀୟ 11:23-25)

14 ସେମାନେ ନିସ୍ତାରପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ରେରିତମାନେ ଖାଇ ବସିଲେ।

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 22:7 ଖମୀରହୀନ ରୋଟୀ ପର୍ବ ଯିହୂଦୀମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ପୁରାତନ ନିୟମ ଅନୁସାରେ ଏହା ନିସ୍ତାରପର୍ବ ପରଦିନ ଆରମ୍ଭ ହେଉଥିଲା। ପରେ ଦୁଇଟି ଯାକ ପର୍ବ ମିଶି ଏକାକାର ହୋଇ ଯାଉଛି।
  2. ଲୂକ ଲିଖିତ ସୁସମାଗ୍ଭର 22:11 ନିସ୍ତାରପର୍ବ ଯିହୂଦୀମାନଙ୍କର ମୁଖ୍ୟ ପବିତ୍ର ଦିବସ। ପ୍ରତିବର୍ଷ ଏହି ଦିନ ସେମାନେ ଏକ ସ୍ୱତନ୍ତ୍ର ଭୋଜନ କରୁଥିଲେ। ମୋଶାଙ୍କ ସମୟରେ ମିଶରରେ ସେମାନଙ୍କୁ ପରମେଶ୍ୱର ମୁକ୍ତି ଦେଇଥିବା ଘଟଣାକୁ ସ୍ମରଣ କରିବା ପାଇଁ ଏହା ପାଳିତ ହୁଏ।