ଯୋହନ ଲିଖିତ ସୁସମାଗ୍ଭର 13:21-30
Odia Holy Bible: Easy-to-Read Version
ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ
(ମାଥିଉ 26:20-25; ମାର୍କ 14:17-21; ଲୂକ 22:21-23)
21 ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।”
22 ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। 23 ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। 24 ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ।
25 ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?”
26 ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ। 27 ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।” 28 ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ। 29 ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ।
30 ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା'ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।
Read full chapter2010 by Bible League International