Add parallel Print Page Options

ଉପବାସ ସମନ୍ଧରେ ଯୀଶୁଙ୍କ ଉତ୍ତର

(ମାଥିଉ 9:14-17; ମାର୍କ 2:18-22)

33 ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।”

34 ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ? 35 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।”

36 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା'ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ। 37 କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ। 38 ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି। 39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।”

Read full chapter