ମାର୍କ ଲିଖିତ ସୁସମାଗ୍ଭର 2:18-22
Odia Holy Bible: Easy-to-Read Version
ଯୀଶୁ ଅନ୍ୟ ଧର୍ମ ଗୁରୁମାନଙ୍କଠାରୁ ଭିନ୍ନ
(ମାଥିଉ 9:14-17; ଲୂକ 5:33-39)
18 ଯୋହନଙ୍କ ଶିଷ୍ୟ ଓ ଫାରୂଶୀମାନେ ଉପବାସ କରୁଥିଲେ। କେତେକ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, “ଯୋହନଙ୍କ ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି?”
19 ଯୀଶୁ କହିଲେ, “ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସେମାନଙ୍କ ସାଙ୍ଗରେ ଥା’ନ୍ତି। ତେଣୁ ବର ସେଠାରେ ଥିବା ପର୍ଯ୍ୟନ୍ତ ସେମାନେ ଉପବାସ କରି ନ ପାରନ୍ତି। 20 କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ।
21 “କେହି କେବେ ହେଲେ ପୁରୁଣା ଲୁଗାରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତାହା କରେ, ତେବେ ନୂଆ କନାର ତାଳି ଜାକି ହୋଇ ଯିବ ଓ ତଦ୍ଦ୍ୱାରା ଟାଣି ହୋଇ ଯାଇ ପୁରୁଣା କନାର କଣା ବଡ଼ ହୋଇଯିବ। 22 ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।”
Read full chapter2010 by Bible League International