Add parallel Print Page Options

ଯୀଶୁ ବାରଜଣ ପ୍ରେରିତଙ୍କୁ ପଠାଇଲେ

(ମାଥିଉ 10:5-15; ମାର୍କ 6:7-13)

ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ। ତା'ପରେ ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ। ସେ ସେମାନଙ୍କୁ କହିଲେ, “ଯାତ୍ରା ସମୟରେ ସାଙ୍ଗରେ କୌଣସି ପଦାର୍ଥ ନେବ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନେବ ନାହିଁ। କେବଳ ପାନ୍ଧିଥିବା ଲୁଗା ଛଡ଼ା ଅନ୍ୟ କିଛି ନେବ ନାହିଁ। ତୁମ୍ଭେମାନେ ଯେଉଁ ଘରକୁ ଯିବ, ସେ ସ୍ଥାନ ଛାଡ଼ିବା ସମୟ ନ ହେବା ପର୍ଯ୍ୟନ୍ତ ସେହିଠାରେ ରହିବ। ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ ନ କରନ୍ତି, ତେବେ ନଗର ଛାଡ଼ି ବାହାରକୁ ଗ୍ଭଲିଯିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ୟ ସେଠାରେ ଝାଡ଼ିଦେବ। ତେବେ ଏହା ସେମାନଙ୍କ ପାଇଁ ଚେତାବନୀ ହେବ।”

ପ୍ରେରିତମାନେ ବାହାରିଗଲେ। ସେମାନେ ସମସ୍ତେ ନଗର ଦେଇ ଯାତ୍ରା କଲେ। ସେମାନେ ସୁସମାଗ୍ଭର ଶୁଣାଇଲେ ଓ ସବୁ ଜାଗାରେ ଲୋକମାନଙ୍କୁ ସୁସ୍ଥ କଲେ।

Read full chapter