Add parallel Print Page Options

ଯୀଶୁ ଏକାକୀ ପ୍ରାର୍ଥନା କରନ୍ତି

(ମାଥିଉ 26:36-46; ଲୂକ 22:39-46)

32 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗେ‌ଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସ।” 33 ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ, 34 ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।”

35 ଯୀଶୁ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗ୍ଭଲି କରି ଗଲେ। ତା'ପରେ ଯୀଶୁ ଭୂମିରେ ପଡ଼ିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତେବେ ଏ ଯନ୍ତ୍ରଣାର ମୂହୂର୍ତ୍ତଟି ମୋ’ ପାଖରୁ ଘୁଞ୍ଚିଯାଉ।” 36 ସେ କହିଲେ, “ଆ‌ବ୍‌‌‌‌ବା[a] ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ'ଠାରୁ ଯନ୍ତ୍ରଣାର ଏହି ଗିନାଟି[b]କୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।”

37 ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଖକୁ ଫେରି ଆସିଲେ। ସେ ସେମାନଙ୍କୁ ଶୋଇପଡ଼ିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ ଶୋଇପଡ଼ିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚେଇଁ ରହି ପାରିଲ ନାହିଁ? 38 ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।”

39 ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ। 40 ତା'ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ।

41 ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଏବଂ କହିଲେ, “ଏବେ ମଧ୍ୟ ତୁମ୍ଭେମାନେ ଶୋଇ ବିଶ୍ରାମ ନେଉଛ? ଯଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କୁ ପାପୀମାନଙ୍କ ହାତରେ ଧରେଇ ଦିଆଯିବାର ସମୟ ଆସି ପହଞ୍ଚି ଗଲା। 42 ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”

Read full chapter

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 14:36 ଆ‌ବ୍‌‌‌‌ବା ଏହା ବାପାଙ୍କ ପାଇଁ ଗୋଟିଏ ସମ୍ବୋଧନ ଶବ୍ଦ।
  2. ମାର୍କ ଲିଖିତ ସୁସମାଗ୍ଭର 14:36 ଯନ୍ତ୍ରଣାର ଗିନା ଯୀଶୁ ଯେଉଁ ଯନ୍ତ୍ରଣା ଭୋଗ କରିବେ, ଏଠାରେ ସେ ତାହାରି ବିଷୟରେ ସଙ୍କେତ ଦେଉଛନ୍ତି। ଏହା ବହୁତ କଠୋର। ଅତ୍ୟନ୍ତ ଖରାପ ସ୍ୱାଦ-ଯୁକ୍ତ ପୁରା ଭର୍ତ୍ତି ଗିନାଏ ପାନୀୟ ପିଇବା ଭଳି ଏହାକୁ ଗ୍ରହଣ କରିବା ଅତି କଠିନ।