ମାଥିଉ ଲିଖିତ ସୁସମାଗ୍ଭର 26:36-46
Odia Holy Bible: Easy-to-Read Version
ଯୀଶୁଙ୍କ ଏକାନ୍ତ ପ୍ରାର୍ଥନା
(ମାର୍କ 14:32-42; ଲୂକ 22:39-46)
36 ତା'ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ସେଠାରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ବସ।” 37 ଯୀଶୁ ପିତର ଓ ଜେବଦୀଙ୍କ ଦୁଇ ପୁଅଙ୍କୁ ସାଙ୍ଗରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ୟାକୁଳତା ଅନୁଭବ କଲେ। 38 ଯୀଶୁ ସେମାନଙ୍କୁ କହିଲେ, “ମୋର ହୃଦୟ ଏତେ ଦୁଃଖରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ଯିବା ଉପରେ। ତୁମ୍ଭେମାନେ ମୋ’ ସହିତ ଏଠାରେ ଚେଇଁ କରି ରୁହ ଓ ଅପେକ୍ଷା କର।”
39 ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ'ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।” 40 ତା'ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଘଣ୍ଟାଏ ପାଇଁ ମଧ୍ୟ ଜାଗି ରହି ପାରିଲ ନାହିଁ? 41 ତୁମ୍ଭେମାନେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଯାହା ଠିକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଗ୍ଭହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦେହ ଦୁର୍ବଳ।”
42 ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଯନ୍ତ୍ରଣାର ଏ ପାତ୍ର ମୋ'ଠାରୁ ଦୂର ହୋଇ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତେବେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।”
43 ତା'ପରେ ସେ ଫେରି ଆସି ପୁଣି ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ସେମାନଙ୍କ ଆଖି ବହୁତ ଭାରି ହୋଇଯାଇଥିଲା। ସେମାନେ ସେମାନଙ୍କର ଆଖି ଖୋଲି ପାରୁ ନ ଥିଲେ। 44 ଯୀଶୁ ଶିଷ୍ୟମାନଙ୍କୁ ଛାଡ଼ି ପୁଣି ଫେରି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ୟ ସେ ପୂର୍ବଭଳି ସେହି ଏକା କଥା କହିଲେ।
45 ତା'ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ସୁଦ୍ଧା ଶୋଇଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି, ଏବେ ପାପୀମାନଙ୍କ ହାତରେ ମନୁଷ୍ୟପୁତ୍ରଙ୍କୁ ସମର୍ପି ଦିଆଯିବ। 46 ଉଠ, ଆମ୍ଭେ ଯିବା। ଦେଖ, ମୋତେ ଶତ୍ରୁମାନଙ୍କ ହାତରେ ଯେଉଁ ଲୋକଟି ଦେଇଦେବ, ସେ ଏଠାକୁ ଆସୁଛି।”
Read full chapter2010 by Bible League International