ମାଥିଉ ଲିଖିତ ସୁସମାଗ୍ଭର 26:69-75
Odia Holy Bible: Easy-to-Read Version
ଯୀଶୁଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିବାକୁ ପିତର ଭୟ କଲେ
(ମାର୍କ 14:66-72; ଲୂକ 22:56-62; ଯୋହନ 18:15-18,25-27)
69 ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।”
70 କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”
71 ତା'ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।”
72 ପୁଣି ଥରେ ପିତର ଅସ୍ୱୀକାର କରିଦେଲେ। ସେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣେ ନାହିଁ।”
73 କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ଏ କଥା ତୁମ୍ଭ କହିବା ଢଙ୍ଗରୁ ଜଣା ପଡ଼ୁଛି।”
74 ପିତର ନିଜକୁ ଧିକ୍କାର କରି ରାଣ ପକାଇ କହିଲେ, “ମୁଁ ସେ ଲୋକଙ୍କୁ ଜାଣେ ନାହିଁ।” ସେତିକିବେଳେ କୁକୁଡ଼ା ଡାକିଲା। 75 ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।
Read full chapter2010 by Bible League International