ଯୋହନ ଲିଖିତ ସୁସମାଗ୍ଭର 18:19-24
Odia Holy Bible: Easy-to-Read Version
ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ
(ମାଥିଉ 26:59-66; ମାର୍କ 14:55-64; ଲୂକ 22:66-71)
19 ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଗ୍ଭରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। 20 ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ। 21 ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଗ୍ଭରୁଛ? ମୋର ଶିକ୍ଷା ଶୁଣିଥିବା ଲୋକଙ୍କୁ ପଗ୍ଭର, ମୁଁ କ'ଣ କହିଥିଲି, ସେମାନେ ଜାଣନ୍ତି।”
22 ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।”
23 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ କିଛି ଭୂଲ କହିଲି ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୂଲ ଜଣାଇଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?”
24 ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
Read full chapter2010 by Bible League International