Add parallel Print Page Options

ଯିହୂଦୀ ନେତାଙ୍କ ସାମନାରେ ଯୀଶୁ

(ମାଥିଉ 26:59-66; ମାର୍କ 14:55-64; ଯୋହନ 18:19-24)

66 ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ। 67 ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। 68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା'ର ଉତ୍ତର ଦେବ ନାହିଁ। 69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।”

70 ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ। ତାହା ଠିକ୍।”

71 ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”

Read full chapter