ଲୂକ ଲିଖିତ ସୁସମାଗ୍ଭର 22:63-71
Odia Holy Bible: Easy-to-Read Version
ଲୋକମାନେ ଯୀଶୁଙ୍କୁ ଉପହାସ କଲେ
(ମାଥିଉ 26:67-68; ମାର୍କ 14:65)
63-64 କେତେକ ଲୋକ ଯୀଶୁଙ୍କୁ ଜଗିଥିଲେ। ସେମାନେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସେମାନଙ୍କୁ ଦେଖି ନ ପାରନ୍ତି, ଏଥିପାଇଁ ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ଦେଲେ। ସେମାନେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ପରା ଭବିଷ୍ୟଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା? 65 ଲୋକମାନେ ଯୀଶୁଙ୍କୁ ଅନେକ କଦର୍ଯ୍ୟ କଥା କହିବାକୁ ଲାଗିଲେ।
ଯିହୂଦୀ ନେତାଙ୍କ ସାମନାରେ ଯୀଶୁ
(ମାଥିଉ 26:59-66; ମାର୍କ 14:55-64; ଯୋହନ 18:19-24)
66 ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ। 67 ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।”
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। 68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା'ର ଉତ୍ତର ଦେବ ନାହିଁ। 69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।”
70 ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ। ତାହା ଠିକ୍।”
71 ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”
Read full chapter2010 by Bible League International